ଝାରସୁଗୁଡାରେ ପୁଣି ୨୮ ପଜିିଟିଭ ଚିହ୍ନଟ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୫ ଜଣ, ବେଲପାହାଡ ପୌରପରିଷଦ ଅଞ୍ଚଳରୁ ୩ ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୪ ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୫ ଜଣ, ଲଇକେରା ବ୍ଲକ ଅଞ୍ଚଳରୁ ୬ ଜଣ, କୋଲାବିରା ବ୍ଲକ ଅଞ୍ଚଳରୁ ୨ ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଆଉ ୩ ଜଣ ବ୍ୟକ୍ତି ବାହାର ଜିଲ୍ଲାରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪ ଶହକୁ ପହଞ୍ଚିଥିବା ବେଳେ ୬ ହଜାର ୧ଶହ ୭୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୩ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ୧୫ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।