୫୦୭ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରାପୁଟ,ଏନ୍ଏନ୍ଏସ୍: ସେମିଲିଗୁଡା ପୁଲିସ ଦ୍ୱାରା ୫୦୭ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଛି। ସେମିଲିଗୁଡା ସବଇନ୍ସପେକ୍ଟର ଅନୀତା ନାୟକ , ସିଏସଆଇ ପ୍ରଭାତ ଗୌଡ ,ଏଏସଆଇ ବିରାଟ ଚନ୍ଦ୍ର ପଟ୍ଟନାୟକ , ହାବିଲଦାର ଏମକେ. ବାଘ , କନଷ୍ଟେବଲ ଧବଲୁ ବେହେରା ଓ ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ସେମିଲିଗୁଡା-ନନ୍ଦପୁର ରାସ୍ତାର ବଡେଙ୍ଗା ଛକରେ ଗାଡି ଯାଞ୍ଚ କରୁଥିବା ସମୟରେ ଏକ ମହେନ୍ଦ୍ର କମାଣ୍ଡର ଜିପକୁ ଯାଞ୍ଚ କଲାବେଳେ ଏଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଜବତ ଗଞ୍ଜେଇର ଓଜନ ୫୦୭ କିଲୋଗ୍ରାମ୍ ଥିବା ଥାନା ଅଧିକାରୀ ଧୀରେନ କୁମାର ବେହେରା ସୂଚନା ଦେଇଛନ୍ତି।