ରାଜ୍ୟବ୍ୟାପି ବ୍ରହ୍ମ ବୃକ୍ଷ ସ୍ଥାପନ ମହୋତ୍ସବ ଯାତ୍ରା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତନ ଯୋଗୁ ଧରାପୃଷ୍ଠରେ ମଣିଷ ସମାଜ ତିଷ୍ଠିବା କଷ୍ଟକର ହୋଇପଡ଼ିଥିବା ବେଳେ ଏହାର ଆଶୁ ସମାଧାନ ପାଇଁ ରେକୀ ମିସନର ପ୍ରତିଷ୍ଠାତା ଗୁରୁଜୀ ଶ୍ରୀ ସନ୍ଥଙ୍କ ଦିଗଦର୍ଶନରେ ଦେବଗଡ଼ ଜିଲ୍ଲାରୁ ବ୍ରହ୍ମ ବୃକ୍ଷ ସ୍ଥାପନ ମହୋତ୍ସବ ଯାତ୍ରା ଆରମ୍ଭ ହୋଇଛି । ଏହି ବ୍ରହ୍ମ ବୃକ୍ଷରେ ବର ଓ ଅଶ୍ୱସ୍ତ ଗଛ ସାମିଲ ରହିଛି । ଏହି ବ୍ରହ୍ମ ବୃକ୍ଷ ଜଳ ସଂରକ୍ଷଣ, ଜଳବାୟୁ ପ୍ରଦ୍ୟୁଷଣ ନିୟନ୍ତ୍ରଣ, ମଣିଷ ଚେତନାର ଶୁଦ୍ଧି ଓ ରୋଗ ପ୍ରତିଷେଧକ ବୃଦ୍ଧି ଆଦିକୁ ନିୟନ୍ତ୍ରଣ କରିଥାଏ । ପ୍ରତି ୫ ଶହ ମିଟର ବ୍ୟବଧାନରେ ଏହାକୁ ରୋପଣ କରାଗଲେ ଆମ ପରିବେଶ ସମ୍ପୂର୍ଣ୍ଣ ଭାବେ ପ୍ରଦ୍ୟୁଷଣମୁକ୍ତ ହୋଇପାରିବ ବୋଲି ଶ୍ରୀସନ୍ଥ କହିଥିଲେ । ଏହି ଅବସରରେ ସକାଳ ୬ଟାରୁ ଶ୍ରୀସନ୍ଥଙ୍କ ନିର୍ଦ୍ଦେଶରେ ଗୁରୁସେନାମାନେ ବିରାଟ ପଟୁଆରରେ ଶ୍ରୀରାମ ନଗରସ୍ଥିତ ଆଶ୍ରମରୁ ବାହାରି କଟକ ଚଣ୍ଡିମନ୍ଦିର ଓ ଝାଞ୍ଜିରମଙ୍ଗଳା ମନ୍ଦିରରୁ ଆଜ୍ଞାମାଳ ନେଇ ଚାଉଳିଆଗଞ୍ଜସ୍ଥିତ ଅପାଣିଆରେ ବିରତି ନେଇ ନେମାଳ ଅଭିମୁଖେ ଯାତ୍ରା କରିଥିଲେ । ପରେ ଦିନ ୧ଟାରୁ ନେମାଳରୁ ଦେବଗଡ଼ ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।