ବିଶ୍ୱକର୍ମା ଯୋଜନା ଓ ପୀଏମ ଇ-ବସ୍ ସେବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱକର୍ମା ଯୋଜନା ଓ ପୀଏମ ଇ-ବସ୍ ସେବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି ।

ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ୩୦ ଲକ୍ଷ ଶିଳ୍ପକାର ପରିବାରଙ୍କୁ ଲାଭ ମିଳିବ । ଏଥିରେ କୁମ୍ଭାର, ରାଜମିସ୍ତ୍ରୀ, ମାଳୀ, ଧୋବୀ, କେଉଟ ଓ ମୂର୍ତ୍ତିକାର ପ୍ରମୁଖ ସାମିଲ ରହିଛନ୍ତି । ଏଥିଲାଗି କ୍ୟାବିନେଟ ପକ୍ଷରୁ ୧୩ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସେହିପରି ପୀଏମ ଇ-ବସ୍ ଯୋଜନାରେ ସମଗ୍ର ଦେଶରେ ମୋଟ ୧୦ ହଜାର ନୂଆ ଇଲେକଟ୍ରିକ ବସ୍ ଉପଲବ୍ଧ କରାଯିବ । ଏଥିରେ ୫୭ହଜାର ୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ । ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ଦେବେ ।