ହାଇକୋର୍ଟ ପହଞ୍ଚିଲେ ଜ୍ୟୋତି ମୌର୍ଯ୍ୟା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟା ଦିଲ୍ଲୀ ହାଇକୋର୍ଟ ମୁହାଁ ହୋଇଛନ୍ତି । ନିଜ ବିରୋଧରେ ମିଡିଆରେ ମହଜୁଦ ଥିବା ସମସ୍ତ ସାମଗ୍ରୀ ହଟାଇବାକୁ କୋର୍ଟଙ୍କଠାରେ ଏସଡିଏମ୍ ଦାବୀ କରିଛନ୍ତି । ଏହାବ୍ୟତୀତ ଭବିଷ୍ୟତରେ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ବିନା ଅନୁମତିରେ କିଛି ପ୍ରକାଶ ନକରିବା ପାଇଁ ମଧ୍ୟ ସେ କୋର୍ଟଙ୍କଠାରେ ଅନୁରୋଧ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏସଡିଏମ ଜ୍ୟୋତି ମୌର୍ଯ୍ୟାଙ୍କ ବିରୋଧରେ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟା ଧୋକା ଓ ଭ୍ରଷ୍ଟାଚାରର ଗମ୍ଭୀର ଆରୋପ ଲଗାଇଛନ୍ତି ।