ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା: ଫାଇନାଲରେ ଆଠଗଡ

ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ “ଏସଡିଏଏ କପ” ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ପ୍ରଥମ ସେମି ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି କ୍ଷ ଏଥିରେ ମୁଖ୍ୟ ଅତିଥି ଭାବେ କ.ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରୀଡାବିତ ରବିଚନ୍ଦ୍ର ପାଳ,କୃଷ୍ଣ ମୋହନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ ।

ସମ୍ପାଦକ ଡ଼.ସୁଶାନ୍ତ କୁମାର ଦାସଙ୍କ ସ୍ୱାଗତ ଭାଷଣ ପରେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଖେଳ ପ୍ରାରମ୍ଭରେ ପୂର୍ବତନ ଖେଳାଳିଙ୍କ ସ୍ମୁତି ଉଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଜାତୀୟ ଗାନ ଓ ସଂସ୍କୁତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ମଙ୍ଗଳବାର ପ୍ରଥମ ସେମି ଫାଇନାଲ ଖେଳରେ କେ.ଏଫ.ସି. ଆଠଗଡ, ବନାମ ୟୁ.ଏସ.ସି.ବରଗଡ଼ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା,କିନ୍ତୁ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସମର୍ଥ ନ ହେବାରୁ ପେନାଲଟିକ ଗୋଲ ଜରିଆରେ ଆଠଗଡ ଦଳ ୫-୩ ଗୋଲରେ ବରଗଡ଼ ଦଳକୁ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଥିଲେ ।

ଏଥିରେ ବରଗଡ଼ ଦଳର ନବୀନ ସାହୁଙ୍କୁ ମେନ ଅଫ ଦି ମେଚ ଘୋଷଣା କରି ପୁରସ୍କୃତ କରାଯାଇଥିଲା । ଆଜିର ଖେଳର ଧାରା ବିବରଣୀ ସମ୍ପାଦକ ଡ଼.ସୁଶାନ୍ତ କୁମାର ଦାସ ପ୍ରକାଶ କରିଥିବା ବେଳେ ଶ୍ୟାମ ସୁନ୍ଦର ସାହା, ସରୋଜ ମୁନି,ସତ୍ୟ ନାରାୟଣ ମୁଖିଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ। ପ୍ରାୟ ୨୦୦୦ରୁ ଅଧିକ କ୍ରୀଡା ପ୍ରେମୀ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ । ଏହି ଖେଳ ୧୫ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ।

ଏଥିରେ ଓଡିଶାର ୮ଟି ସୁନାମ ଧନ୍ୟ ଫୁଟବଲ ଦଳ-ଆଠଗଡ, ବଲାଙ୍ଗୀର, ବରଗଡ଼, ଭୁବନେଶ୍ୱର, ସମ୍ବଲପୁର, ଫୁଲବାଣୀ, ଜଟଣୀ,ଓ ସୋନପୁର ଭଳି ଟିମ ଅଂଶଗ୍ରହଣ କରୁଛନ୍ତି। ୧୪ତାରିଖ ଦିନ ଅପରାହ୍ନ ୩ଘଣ୍ଟା ସମୟରେ କଟକ ଓ ଭୁବନେଶ୍ୱର ଦଳ ମଧ୍ୟରେ ଏକ ଆକର୍ଷଣୀୟ ମହିଳା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ତୃତୀୟ କ୍ଵାଟର ଫାଇନାଲ ଖେଳ ୧୧ତାରିଖ ରେ ସମ୍ବଲପୁର ବନାମ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂସଦର ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରକାଶ କରିଛନ୍ତି ।