ପିଜି ପାଠ୍ୟକ୍ରମ ପ୍ରବେଶିକା ପାଇଁ ଏବେ ଏକକ ପରୀକ୍ଷା ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଏକକ ପରୀକ୍ଷା କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଡ. ସାହୁ କହିଛନ୍ତି ଯେ ଜୁନ୍ ୧୫ ତାରିଖ ସୁଦ୍ଧା +୩ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏବେ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ପ୍ରବେଶ ପାଇଁ ଅଲଗା ଅଲଗା ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ସବୁ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପରୀକ୍ଷା ହେବ।