ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଟିଟିଲାଗଡ,ଏନ୍ଏନ୍ଏସ୍: ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ମଧୁସୂଦନ ମିଶ୍ର ଯୋଗଦେଇ ଶ୍ରମିକ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ଜାମପଡା ସ୍କୁଲର ପ୍ରଧାନଶିକ୍ଷକ ବିଶ୍ଵନାଥ ମିଶ୍ର ସଭା ପରିଚାଳନା କରିଥିବା ବେଳେ ମନରେଗା ଯୋଜନାରେ ୧୦୦ ଦିନ କାମ କରିଥିବା ସମସ୍ତ ଶ୍ରମିକଙ୍କୁ ଉପସ୍ଥିତ ଅତିଥି ସମ୍ମାନିତ କରିଥିଲେ। ଏହାପରେ ଏହି ପଞ୍ଚାୟତ ଅଧିନସ୍ଥ ଇଚଗାଁ ଠାରେ ମଧ୍ୟ ଅନୁରୂପ ଏକ ସଭା ସରପଞ୍ଚ ନରେଶ ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ବେଳେ ଉକ୍ତ ସଭାକୁ ବନବିଭାରି ବେହେରା ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳର ସମସ୍ତ ଶ୍ରମିକ ଓ ଗ୍ରାମବାସୀ ଉକ୍ତ ସଭାରେ ଉପସ୍ଥିତ ଥିଲେ।