ମ୍ୟାଚ ଚାଲିଥିବା ସମୟରେ ବକ୍ସିଂ ଷ୍ଟାର ମୃତ

ନୂଆଦିଲ୍ଲୀ: ବକ୍ସିଂ ଷ୍ଟାର ମୁସା ୟମକ ମ୍ୟାଚ ମଧ୍ୟରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ସୂଚନା ମୁତାବକ, ନ୍ୟୁୟର୍କରେ ୟୁଗାଣ୍ଡାର ହମଜା ବଡେଁରାଙ୍କ ସହ ତୃତୀୟ ରାଉଣ୍ଡ ମ୍ୟାଚ୍ ଖେଳୁଥିବା ସମୟରେ ମୁସା ମୂର୍ଚ୍ଛା ହୋଇ ଯାଇଥିଲେ । ପରେ ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତୁର୍କୀ ଅଫିସିଆଲ ଟ୍ୱିଟର ହେଣ୍ଡେଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ତୁର୍କୀରେ ଜନ୍ମଗ୍ରହଣ କରିଥିବା ମୁସା ୟମକ୨୦୧୭ରେ ପେଶାଦାର ବକ୍ସର ରୂପେ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ୨୦୨୧ ଇଣ୍ଟରନ୍ୟାସନାଲ ଚାମ୍ପିୟନ ହେବା ପରେ ତାଙ୍କୁ ପରିଚୟ ମିଳିଥିଲା । ମୁସା ଆଜି ପର୍ଯ୍ୟନ୍ତ କେବେ ବି ନକ୍ ଆଉଟ ମୁକାବିଲା ହାରି ନାହାନ୍ତି ।