ଦେବଗଡ଼,ଏନ୍ଏନ୍ଏସ୍: ମିଳିତ ଅମଲା ସଂଘ ଦେବଗଡ଼ ଶାଖା ପକ୍ଷରୁ ଯୋଗ୍ୟତାଭିତ୍ତିକ ଓଆରଏସପି ୨୦୧୭ ପେ ମ୍ୟାଟ୍ରିକ୍ସ ଅନୁଯାୟୀ ଲେବେଲ ୯ ଗ୍ରେଡପେ ୪,୨୦୦ ଦାବୀରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତିି । ଅମଲାଙ୍କ ସମୂହ ଛୁଟି ଯୋଗୁ ଜିଲ୍ଲା ସାରା ସରକାରୀ କାର୍ଯ୍ୟାଳୟ ଠପ ହୋଇ ପଡ଼ିଛି । ଅମଲା ସଂଘ ପକ୍ଷରୁ ଗତ ଏପ୍ରିଲ ୨୧ ତାରିଖରୁ ସଂଘ ପକ୍ଷରୁ ଦାବୀ ପୂରଣ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ସେହିପରି ଗତ ମେ’ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ପ୍ରତିକାତ୍ମକ ଆନ୍ଦୋଳନ ଜାରି ରହିଥିଲା । ଏଥିସହିତ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଆଜିଠୁ ସମସ୍ତ ଅମଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯାଇଥିବା ସଂଘର ସଭାପତି ଗିରିଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।