ସରିଲା ଧୋନୀଙ୍କ ଆଣ୍ଠୁ ସର୍ଜରୀ

ନୂଆଦିଲ୍ଲୀ: ଥାଲା ମହେନ୍ଦ୍ର ସିଂହ ଧୋନୀଙ୍କ ଆଣ୍ଠୁ ସର୍ଜରୀ ମୁମ୍ବାଇର କୋକିଲା ବେହେନ ହସ୍ପିଟାଲରେ ଶେଷ ହୋଇଛି । ଡା. ଦିନେଶ ପାରଦୀବାଲା ସକାଳ ୮ଟାରେ ଧୋନୀଙ୍କ ସର୍ଜରୀ କରିଛନ୍ତି । ଡା. ପାରଦୀବାଲା ଏହାପୂର୍ବରୁ ଋଷଭ ପନ୍ତ ଓ ନୀରଜ ଚୋପ୍ରାଙ୍କ ସର୍ଜରୀ କରିଥିଲେ ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚର ଶେଷ ଓଭରରେ ଦୀପକ ଚାହରଙ୍କ ବୋଲକୁ ଅଟାକାଇବା ପାଇଁ ଧୋନୀ ଡାଇଭ ମାରୁଥିବା ସମୟରେ ଆହତ ହୋଇଥିଲେ ।