ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ ଜାରି

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ। ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାୟର ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ। ଜବାବ ଦାଖଲ ପାଇଁ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କଲେ କୋର୍ଟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ। ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାୟର ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ନୋଟିସ କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଏନ୍ଏମ୍‌ଏ, ଏଏସ୍‌ଆଇକୁ ନୋଟିସ ଜାରି ହୋଇଛି। ଟାଟା ପ୍ରୋଜେକ୍ଟ , ଓବିସିସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ ହୋଇଛି।

ଜବାବ ଦାଖଲ ପାଇଁ ନୋଟିସ ଜାରି ହୋଇ ଥିବା ବେଳେ ଆସନ୍ତା ଜୁନ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଜାତୀୟ କୀର୍ତ୍ତିରାଜିର ୧୦୦ ମିଟର ପରିଧି ଭିତରେ କୌଣସି ଖନନ ଓ ନିର୍ମାଣ ନିଶେଦ୍ଧ ଥିବା ବେଳେ ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ବାବାଧାନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ବେଆଇନ ଭାବେ ନିର୍ମାଣ ଓ ଖନନ ଚାଲିଥିବା ହେତୁ ଶ୍ରୀମନ୍ଦିର ପ୍ରତି ବିପଦ ଅଭିଯୋଗ ନେଇ ପୁରୀ ଓକିଲ ସଂଘ ଏକ ମାମଲା ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟରେ ଏକ ମାମଲା ଦାଏର ହୋଇଥିଲା।