ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବଜାର ଶ୍ରୀ ଜଗନ୍ନାଥ ବଣିକ ସଂଘର ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ବଣିକ ସଂଘ ଫିରିଙ୍ଗିଆର ସଭାପତି ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ବାଳକୃଷ୍ଣ ଜୁଣ୍ଡିଙ୍କ ସହ ବଣିକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବଭଳି ବଣିକ ସଂଘର ବିଭିନ୍ନ ସମସ୍ୟା ଓ ତା’ର କିଭଳି ଭାବେ ସମାଧାନ ହୋଇପାରିବ ଏବଂ ଆଗାମୀ ଦିନର ବଣିକ ସଂଘର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା । ସଂଘରେ ଦୀର୍ଘ ଦିନରୁ ବିଭିନ୍ନ ପଦବୀରେ ଥିବା ସଭାପତି, ସମ୍ପାଦକ ତଥା ବିଭିନ୍ନ ପଦବୀକୁ ପୁଣିଥରେ ନୂତନ ଭାବରେ ଚୟନ କରିବା ପାଇଁ ଆଲୋଚନାରେ ମତ ପ୍ରକାଶ ପାଇଥିଲା । ପୂର୍ବତନ ସଭାପତି ରାଜ କିଶୋର ସାହୁ ଏବଂ ସମ୍ପାଦକ ବାଳକୃଷ୍ଣ ଜୁଣ୍ଡିଙ୍କ ସଭାପତିତ୍ୱରେ ନୂତନ ଭାବରେ ପଦବୀ ଚୟନ କରାଯାଇଥିଲା । ନୂତନ ସଭାପତି ଭାବରେ ଶିବ ଶଙ୍କର ମହାପାତ୍ର, ଉପସଭାପତି ବେଣୁଧର ମୁଖୀ, ସମ୍ପାଦକ ବିଭୁଦତ ମୁଖୀ, ସହସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଅନନ୍ତ କୁମାର ଜାଲ, ସଂଘର ଉପଦେଷ୍ଟା ଭାବେ ରାଜ କିଶୋର ସାହୁ, ବାଲ୍ମୀକି ଆଚାର୍ଯ୍ୟ ଓ ସିମାଞ୍ଚଳ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା।