ମୁମ୍ବାଇ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଆଜି ୬୦ତମ ଜନ୍ମଦିନ ପାଳନ କରିଛନ୍ତି । ନୀତା ତାଙ୍କ ଜନ୍ମଦିନରେ ଅନ୍ନ ସେବା କରିଥିଲେ । ଜନ୍ମଦିନର ଦିନକ ପୂର୍ବରୁ ନଭେମ୍ବର ୩୧ ଜିୟୋ ୱାର୍ଲ୍ଡ ପ୍ଲାଜାର ଅପନିଂ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଆଉ ସେହିଦିନ ହିଁ ନୀତା ଜନ୍ମଦିନ କେକ୍ କାଟିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଲିଉଡର ସମସ୍ତ ଖ୍ୟାତିନାମା ତାରକା ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ କରୀନା କପୁର, କରିସ୍ମା କପୁର, ଆଲିଆ ଭଟ୍ଟ, ରଣବୀର ସିଂହ, ରାଜକୁମାର ରାଓ, ଦୀପିକା ପାଦ୍ୟୁକୋନ, ସୁନୀଲ ସେଟ୍ଟୀ, ଆଥିଆ ସେଟ୍ଟୀ ଓ କରନ ଜୋହର ସାମିଲ ଥିଲେ । ଅନ୍ୟପଟେ ଝିଅ ଇଶା ଅମ୍ବାନୀ ମା’ ନୀତାଙ୍କୁ ଜନ୍ମଦିନର ସରପ୍ରାଇଜ ଦେଇଥିଲେ ।
ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ନୀତା ଅମ୍ବାନୀ ସୁନେଲୀ ରଙ୍ଗର ଶାଢ଼ୀ ପିନ୍ଧିଥିଲେ । ଉକ୍ତ ଶାଢ଼ୀକୁ ସୋମଦାସ ନାମକ ମାଷ୍ଟର କାରିଗର ପ୍ରସ୍ତୁତ କରିଥିଲେ । ଏହାକୁ ପାରମ୍ପରିକ ରୂପେ ‘କାଞ୍ଚୀ ପଟ୍ଟୁ’ କୁହାଯାଏ । ଏହାସହ ନୀତା ଅମ୍ବାନୀ ସବୁଜ ରଙ୍ଗର କାନଫୁଲ, ବ୍ରେସଲେଟ ଓ ମୁଦି ପିନ୍ଧିଥିଲେ । ଏହି ପାରମ୍ପରିକ ବେଶରେ ନୀତା ଖୁବ୍ ସୁନ୍ଦର ଦିଶୁଥିଲେ ।