ଚକାପାଦ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ସିମ୍ବାଳି ଗ୍ରାମର ବାଜି ରାଉତ ଯୁବକ ସଂଘର ବାର୍ଷିକ ଉତ୍ସବ ୨ଦିନ ଧରି ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚକାପାଦ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାରଞ୍ଜନ ସାହୁ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ନଳିନୀ କହଁର, ସମ୍ମାନିତ ଅତିଥିରୂପେ ସୁମତୀ କହଁର, ସରପଞ୍ଚ କୁସୁମେଣ୍ଡି, ମମତା କହଁର, ସରପଞ୍ଚ ବେହେରା ଗାଁ, ଭୁବନେଶ୍ୱର ମଲ୍ଲିକ, ଅବସରପ୍ରାପ୍ତ ପୁଲିସ ଅଫିସର ବଳରାମ କହଁର, ଶିକ୍ଷକ ଅଭିମନ୍ୟୁ ମଲ୍ଲିକ ଓ ବୈଜ୍ଞାନିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଦୌଡ଼, କ୍ରିକେଟ୍, ଫୁଟବଲ୍ , ଭଲି ବଲ, ରିଙ୍ଗ ଥ୍ରୋ ଓ ମ୍ୟୁଜିକ ଚେୟାର ପରି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଛି । ଯୁବକ ସଂଘ ସଭାପତି ପ୍ରମୋଦ ମଲ୍ଲିକ, ଉପସଭାପତି ବଶିଷ୍ଠ ମଲ୍ଲିକ, ସମ୍ପାଦକ ରମାକାନ୍ତ ମଲ୍ଲିକ, କୋଷାଧ୍ୟକ୍ଷ ଦିବ୍ୟଲୋଚନ କହଁର, ସହକୋଷାଧ୍ୟକ୍ଷ ରିଙ୍କୁ ମଲ୍ଲିକ, ମନୋଜ ମଲ୍ଲିକ, କନିଷ୍ଠ ମଲ୍ଲିକ ଓ ଚଇଣ୍ଟଉ ଗହିରାଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।