ବରଗଡ଼,ଏନ୍ଏନ୍ଏସ୍ : ଭେଡେନ ବ୍ଲକ ଥୁଆପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଥୁଆପାଲି ମାଆ ବାଉତି କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୪ ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମୁକାବିଲା କ୍ଷୀରାପାଲି ଏବଂ ଟେଙ୍ଗନୀଟିକିରା ମଧ୍ୟରେ ହୋଇଥିଲା । ଏଥିରେ କ୍ଷୀରାପାଲି ପ୍ରତିପକ୍ଷ ଦଳକୁ ପେନାଲଟିକ ଜରିଆରେ ୪-୩ ଗୋଲ ବ୍ୟବଧାନରେ ପରାସ୍ତ କରି ଚାମ୍ପିଅନ ହୋଇଛି। କପାବାରୀ ଖେଳପଡିଆରେ ଏହାର ମ୍ୟାଚଗୁଡିକ ଅନୁଷ୍ଠିତ ହୋଇଥିବା ବେଳେ ଜିତେନ୍ଦ୍ର ପୋଢ଼, ଭୋଲା ଜୁଆଡି, ଟୁନୁ ଭୁଏ ଅତିଥିଭାବରେ ଯୋଗଦାନ କରି ପୁରସ୍କାର ପ୍ରଦାନ କରିଥିଲେ ।