ବିଜେଡ଼ିର କର୍ମୀ ସମ୍ମିଳନୀ,୧୬ ଯୁବକ ଦଳରେ ସାମିଲ

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଆଜି ଝରିଗାଁ ବ୍ଲକର ୫ଟି ପଞ୍ଚାୟତକୁ ମାରାଥନ ଗସ୍ତରେ ଆସି କର୍ମ୍ମୀ ସମ୍ମିଳନୀରେ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ମହଣ୍ଡି, ଦେଉଳକଣା, କୋଦଭଟ୍ଟା, ରତାଖଣ୍ଡିଗୁଡା ଏବଂ ଚିତବେଡା ଗ୍ରାମ ଗସ୍ତ କରିଥିଲେ। ଏଥିରେ ବୁଟିସର୍ଗି ଓ ମହଣ୍ଡି ଗ୍ରାମର ୧୬ଜଣ କଂଗ୍ରେସ କର୍ମୀ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ଅଞ୍ଚଳ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବ୍ଲକ ବିଜେଡ଼ି ସଭାପତି ଉଦୟ ନାଥ ନାୟକଙ୍କ ସଭାପତିତ୍ୱରେ ବରିଷ୍ଠ ନେତା ପ୍ରମୋଦ ପାଢ଼ୀ, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ , ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ ,ରାମଧର ମାଝୀ ,ଟିକଚାନ୍ଦ ମାଝୀ, ପିଙ୍କୁ କାହାଳିଆ ପ୍ରମୁଖ ଉପସ୍ଥିତ ଥିଲେ।