Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟସଭାରେ ସଂଶୋଧିତ ଏସପିଜି ବିଲ୍ ଗୃହୀତ: ବିଲ୍ ପ୍ରତିବାଦରେ କଂଗ୍ରେସ, ଡିଏମକେର କକ୍ଷତ୍ୟାଗ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟସଭାରେ ସଂଶୋଧିତ ଏସପିଜି ବିଲ୍ ଗୃହୀତ: ବିଲ୍ ପ୍ରତିବାଦରେ କଂଗ୍ରେସ, ଡିଏମକେର କକ୍ଷତ୍ୟାଗ

ନୂଆଦିଲ୍ଲୀ,ଏଜେନ୍ସି : ମଙ୍ଗଳବାର ରାଜ୍ୟସଭାରେ ଏସପିଜି (ସଂଶୋଧିତ) ବିଲ୍ ଗୃହୀତ ହୋଇଯାଇଛି। ଏହି ବିଲକୁ ପ୍ରବଳ ପ୍ରତିବାଦ କରି ଡିଏମକେ ଓ କଂଗ୍ରେସ କକ୍ଷତ୍ୟାଗ କରିଛି। ଲୋକସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଗତ ଟିକସ ଆଇନ (ସଂଶୋଧିତ) ବିଲ ୨୦୧୯ରେ ଆୟକର ଆଇନ ୧୯୬୧ ଓ ଆର୍ଥିକ (ନମ୍ବର ୨) ଆଇନ ୨୦୧୯ରେ ସଂଶୋଧନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆର୍ମସ୍ (ସଂଶୋଧିତ) ବିଲ୍ ୨୦୧୯ ଆଗତ କରିଥିଲେ। ଶାହ ଆର୍ମସ୍ ଆକ୍ଟ ୧୯୫୯କୁ ସଂଶୋଧନ କରିଛନ୍ତି। ସଂଶୋଧିତ ପ୍ରସ୍ତାବ ଅନୁସାରେ ସାଧାରଣ ଲୋକଙ୍କ ପାଖରେ ମାତ୍ର ଦୁଇଟି ବନ୍ଧୁକ ରହିପାରିବ।

ମଙ୍ଗଳବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଏସପିଜି (ସଂଶୋଧିତ) ୨୦୧୯ ବିଲ୍ ଆଗତ କରି ଏସ୍ପିଜି ଗ୍ରୁପ ଆଇନ ୧୯୮୮ର ନୂତନ ସଂସ୍କରଣ ବିଷୟରେ କହିଥିଲେ। ତା’ ସହିତ ଦାଦ୍ରା ଓ ନଗର ହାବେଳି, ଦାମନ ଓ ଡିଉ (କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ) ବିଲ୍ ୨୦୧୯ ଆଗତ କରିଥିଲେ। ଦୁଇଟି ଯାକ ବିଲ୍ ଲୋକସଭାରେ ପାସ୍ ହୋଇସାରିଛି। ଏହାବ୍ୟତୀତ ରାଜ୍ୟସଭାରେ ଆଲୋଚନା ହୋଇଥିବା ବିଲ୍ ଭିତରେ ଦିଲ୍ଲୀରେ ବେଆଇନ ବସ୍ତିବାସିନ୍ଦାଙ୍କ ସମ୍ପତ୍ତିଗତ ଅଧିକାର ସ୍ୱୀକୃତି ସମ୍ପର୍କିତ ବିଲ୍ ପ୍ରମୁଖ ଥିଲା।

କେନ୍ଦ୍ର ସରକାରଙ୍କ ଏସପିଜି (ସଂଶୋଧିତ) ବିଲ ୨୦୧୯କୁ ପ୍ରତିବାଦ କରି କଂଗ୍ରେସ ଅପରାହ୍ଣ ସାଢ଼େ ଚାରିଟାରେ ରାଜ୍ୟସଭାରେ କକ୍ଷତ୍ୟାଗ କରିଥିଲା। କଂଗ୍ରେସ ସଭ୍ୟଙ୍କୁ ବୁଝାଇବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଥିଲେ, ‘ଆଇନ ସମସ୍ତଙ୍କ ପାଇଁ ସମାନ। ମାତ୍ର ଗୋଟିଏ ପରିବାରକୁ ନିରାପତ୍ତା ଦେବାପାଇଁ ଆଇନରେ ପରିବର୍ତ୍ତନ କରାଯାଇ ନପାରେ। ଆମେ କୌଣସି ପରିବାର ବିରୋଧରେ ଯାଉନାହୁଁ। କିନ୍ତୁ ପରିବାରବାଦକୁ ବିରୋଧ କରୁଛୁ।’

ଅମିତ ଶାହଙ୍କ ମତରେ ପଞ୍ଚମ ଥର ପାଇଁ ଏସପିଜି ଆଇନରେ ସଂଶୋଧନ କରାଯାଇଛି। ପୂର୍ବରୁ ମାତ୍ର ଗୋଟିଏ ପରିବାରର ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇ ଏସପିଜି ଆଇନକୁ ଚାରିଥର ସଂଶୋଧନ କରାଯାଇଥିଲା। କିନ୍ତୁ ପଞ୍ଚମ ସଂଶୋଧନଟି ଗାନ୍ଧୀ ପରିବାରକୁ ଦୃଷ୍ଟିରେ ରଖି କରାଯାଇନି। ଏସପିଜି (ସଂଶୋଧିତ) ବିଲ୍ ଓ ଗାନ୍ଧୀ ପରିବାର ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଗାନ୍ଧୀ ପରିବାର ପ୍ରତି ବିପଦ ନଥିବା ହୃଦବୋଧ କରିବା ପରେ କେନ୍ଦ୍ର ସରକାର ଏସ୍ପିଜି ସୁରକ୍ଷା ହଟାଇ ନେଇଛନ୍ତି।

ରାଜନୈତିକ ଉଦ୍ଦେଶ୍ୟ ରଖି ବିଲ୍ଟିକୁ ସଂଶୋଧନ କରାଯାଇଛି ବୋଲି ଡିଏମ୍କେ ଅଭିଯୋଗ କରିଥିଲା। ୨୦୨୦ ଜୁନରୁ ‘ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ’ ନୀତି କାର୍ଯ୍ୟକାରୀ କରାଯିବ। ଲୋକସଭାରେ ଜାହାଜ ରିସାଇକ୍ଲିଂ ବିଲ୍ ଆଲୋଚନା ହୋଇଥିଲା। ମଥୁରା ସାଂସଦ ହେମାମାଳିନୀ କହିଥିଲେ ଯେ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମାଞ୍ଚଳ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉନି। ସରକାରୀ ଓ ବେସରକାରୀ ସଂସ୍ଥା ସହଯୋଗରେ ଗ୍ରାମାଞ୍ଚଳରେ ମଡେଲ୍ ସ୍କୁଲ ପ୍ରତିଷ୍ଠା ପ୍ରତି ସେ ଗୁରୁତ୍ୱାରୋପ କରିଥିଲେ।

ଲୋକସଭା ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜମ୍ମୁ-କଶ୍ମୀରରେ ସୀମାପାର ଆତଙ୍କୀ ଅନୁପ୍ରବେଶ ସମ୍ପର୍କିତ ତଥ୍ୟ ପରିବେଷଣ କରିଥିଲା। ୨୦୧୯ ଅଗଷ୍ଟ ୫ ପରଠାରୁ ୨୦୧୯ ଅକ୍ଟୋବର ଶେଷସୁଦ୍ଧା ୮୮ ଦିନ ମଧ୍ୟରେ ୮୪ ଥର ସୀମାପାର ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ତେବେ ୨୦୧୯ ମେ’ରୁ ଅଗଷ୍ଟ ମଧ୍ୟରେ ୫୩ ଥର ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ହୋଇଥିଲା।