ବିବାହ କଲେ ବବିତା ଫୋଗାଟ୍

ଚଣ୍ଡିଗଡ଼: ଭାରତର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ମହିଳା ରେସଲର୍ ବବିତା ଫୋଗାଟ୍ ମଙ୍ଗଳବାର ବିବେକ ସୁହାଗଙ୍କୁ ଜୀବନସାଥୀ କରିଛନ୍ତି। ହରିଆଣାର ବଲାଲିଠାରେ ଆୟୋଜିତ ବିବାହ ଉତ୍ସବରେ ୩୦ ବର୍ଷୀୟା ବବିତା ଲାଲ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ତାଙ୍କୁ ଭଉଣୀ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ରେସଲର୍ ଗୀତା ବଧେଇ ଜଣାଇଛନ୍ତି। ତେବେ ଦେଶରେ କନ୍ୟାଭ୍ରୂଣ ହତ୍ୟା ବନ୍ଦ କରିବା ସହ ଶିଶୁକନ୍ୟାମାନଙ୍କ ପାଠପଢ଼ାକୁ ପ୍ରୋତ୍ସାହିତ କରିବା ସକାଶେ ବବିତା ପତି ସୁହାଗଙ୍କ ସହ ପାରମ୍ପରିକ ସାତ୍ ଫେରା ସହ ଗୋଟିଏ ଅତିରିକ୍ତ ଫେରା ନେଇଛନ୍ତି। ବବିତାଙ୍କ ବିବାହ ଉତ୍ସବରେ ପୁରୁଷ ରେସଲର୍ ତଥା ବବିତାଙ୍କ ଭଉଣୀ ସଙ୍ଗୀତାଙ୍କ ସ୍ୱାମୀ ବଜରଙ୍ଗ ପୁନିଆ ଓ କ୍ରୀଡ଼ା ଜଗତର ଜଣାଶୁଣା ବ୍ୟକ୍ତିବିଶେଷ ଯୋଗଦେଇଥିଲେ।