ବିଶେଷ ଟ୍ରେନ୍ ପାଇଁ ଅତିରିକ୍ତ ରହଣି: ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଅକ୍ଟୋବର ମାସ ପହିଲା ଓ ତା’ ପରଠାରୁ ପୂର୍ବତଟ ରେଳପଥ ଦ୍ୱାରା ଚଳାଚଳ କରୁଥିବା ବିଶେଷ ଟ୍ରେନର ଅନ୍ୟ ଷ୍ଟେସନ ମାନଙ୍କରେ ଅତିରିକ୍ତ ରହଣି ଏବଂ କେତେକ ବିଶେଷ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନ ଗୁଡିକର ସମ୍ପ୍ରସାରଣ ଏବଂ ଅତିରିକ୍ତ ଷ୍ଟପେଜ୍ ପାଇଁ ପ୍ରସ୍ତୁତି କରିବାକୁ ପୂର୍ବତଟ ରେଳପଥ ସମସ୍ତ ବିଭାଗକୁ ସମୟ ଦେଇଛି।

ଅକ୍ଟୋବର ମାସ ପହିଲା ଠାରୁ ଟ୍ରେନ ଗୁଡିକର ଓଡ଼ିଶାରେ ଅତିରିକ୍ତ ରହଣି ସୂଚନା:

୧. ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ (୦୧୦୧୯/୦୧୦୨୦)-ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୨. ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକ୍‌‍ନାମା ସ୍ୱତନ୍ତ୍ର ଏକ୍ସପ୍ରେସ (୦୨୭୦୪/୦୨୭୦୩)-ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୩. ଗୌହାଟୀ-ବେଙ୍ଗାଲୁରୁ-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ (୦୨୫୧୦/୦୨୫୦୯)-ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୪. ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ (୦୨୬୬୩/୦୨୬୬୪)-ଉଭୟ ଦିଗରୁ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୫. ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ (୦୨୮୪୩/୦୨୮୪୪)-ଉଭୟ ଦିଗରୁ କାଳୁପଡାଘାଟ, ବାଲୁଗାଁ, ଖଲିକୋଟ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୬. ଖୋର୍ଦ୍ଧା ରୋଡ଼-ଓଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ (୦୨୮୪୩/୦୨୮୪୪)-ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁରରେ ଅତିରିକ୍ତ ରହଣି କରିବ।
୭. ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ (୦୨୯୭୩/୦୨୯୭୪)-ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ମୁନିଗୁଡା ଠାରେ ଅତିରିକ୍ତ ରହଣି କରିବ।
୮. ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର (୦୨୮୪୩/୦୨୮୪୪)-ଉଭୟ ଦିଗରୁ ବଇଣ୍ଡା, ରେଢ଼ାଖୋଲ, ହୀରାକୁଦ ଠାରେ ଅତିରିକ୍ତ ରହଣି କରିବ।
୯. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସାମଲପୁର (୦୮୪୨୫/୦୮୪୨୬)-ଉଭୟ ଦିଗରୁ ବରପାଲି, ବଡ଼ମାଳ, ହରିଶଙ୍କର ରୋଡ ଏବଂ ନୱାପଡା ରୋଡରେ ଅତିରିକ୍ତ ରହଣି କରିବ।
୧୦. ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ବିଶେଷ ଟ୍ରେନ (୦୮୫୧୮/୦୮୫୧୭)-ଉଭୟ ଦିଗରୁ ମୁନିଗୁଡା ଏବଂ ହରିଶଙ୍କର ରୋଡରେ ଅତିରିକ୍ତ ରହଣି କରିବ।

ସେହିପରି ଅକ୍ଟୋବର ମାସ ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବାକୁ ଥିବା ଟ୍ରେନର ସୂଚନା :

୧. ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ (୦୨୮୦୧/୦୨୮୦୨)- ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ କରାଯାଇଛି।
୨. ଭୁବନେଶ୍ୱର-ସିଆଲଦା-ଭୁବନେଶ୍ୱର ଦୁରନ୍ତ ସ୍ପେଶାଲ୍ (୦୨୨୦୨/୦୨୨୦୧)-ସିଆଲଦାରୁ ୩୦ ସେପ୍ଟେମ୍ବରରୁ ଏବଂ ଭୁବନେଶ୍ୱରରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।
୩. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ବିଶେଷ ଟ୍ରେନ (୦୮୪୨୫/୦୮୪୨୬)-ଉଭୟ ଦୁର୍ଗ ଏବଂ ଭୁବନେଶ୍ୱରରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।
୪. ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ (୦୨୮୪୩/୦୨୮୪୪)-ଉଭୟ ଖୋର୍ଦ୍ଧା ରୋଡ଼ ଏବଂ ଅହମ୍ମଦାବାଦରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।
୫. ଭୁବନେଶ୍ୱର-ଅହମ୍ମଦାବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୦୫/୦୮୪୦୬)-ଭୁବନେଶ୍ୱରରୁ ୩୦ ସେପ୍ଟେମ୍ବରରୁ ଏବଂ ଅହମ୍ମଦାବାଦରୁ ଅକ୍ଟୋବର ୨ ତାରିଖ ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।
୬. ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ (୦୮୪୦୧/୦୮୪୦୨)-ଖୋର୍ଦ୍ଧା ରୋଡ଼ / ପୁରୀ ରୁ ଅକ୍ଟୋବର ୪ ତାରିଖ ଠାରୁ ଏବଂ ଓଖାରୁ ୭ ଅକ୍ଟୋବରରୁ ପୁରୀକୁ ସମ୍ପ୍ରସାରିତ ହେବ।
୭. ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ (୦୨୯୭୪/୦୨୯୭୩)-ଗାନ୍ଧୀଧାମ ଠାରୁ ୧ ଅକ୍ଟୋବରରୁ ଏବଂ ଗାନ୍ଧୀଧାମ / ପୁରୀରୁ ୩ ଅକ୍ଟୋବରରୁ ପୁରୀକୁ ସମ୍ପ୍ରସାରିତ ହେବ।