ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ମୃତ୍ୟୁ ଘଟଣା, ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୁଲିସର ସ୍ୱତନ୍ତ୍ର ଟିମ୍

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ତଦନ୍ତ ଅଧିକ ମୋଡ଼ ନେବାରେ ଲାଗିଛି। ତେବେ ଅନେକ ଖୋଳତାଡ ପାଇଁ ଗଜପତି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଆଜି ବାଲେଶ୍ୱର ଓ ମୟୂରଭଞ୍ଜ ଗସ୍ତ କରିଛି।

ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ସୌମ୍ୟରଞ୍ଜନଙ୍କ ଘର। ତେଣୁ ସେଠାକୁ ଯାଇ ତାଙ୍କ ମାଆ ଓ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରିବ। ସୌମ୍ୟରଞ୍ଜନଙ୍କ ବାପା ଅଭିଯୋଗ କରିଛନ୍ତି, ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନରେ ଅଶାନ୍ତି ଥିବା ସେ ମାଆ ଓ ମାଇଁଙ୍କୁ ଫୋନ୍ କରି ଜଣାଇଥିଲେ। ଘଟଣା ସମ୍ପର୍କରେ ସେମାନଙ୍କୁ ପୁଲିସ ପଚରାଉଚରା କରିବ।

ସେହିପରି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବେ ତାଙ୍କ ବାପ ଘରେ ରହୁଥିବାରୁ ତାଙ୍କୁ ଓ ପରିବାର ଲୋକଙ୍କୁ ପଚରାଉଚରା ପାଇଁ ଯାଇଛି ପୁଲିସ ଟିମ୍। ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି।