ବେଆଇନ ଗୋରୁ ଚାଲାଣ, ପିକଅପ ଜବତ ସହ ୨ ଅଭିଯୁକ୍ତ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ପିକଅପ ଭ୍ୟାନ ଯୋଗେ ବେଆଇନ ଗୋରୁ ଚାଲାଣ ବେଳେ ଗାଡି ଅଟକ ରଖିଲା ପୁଲିସ। ଖବରପାଇ ସମସ୍ତ ଗୋରୁଙ୍କୁ ଉଦ୍ଧାର କଲା ବାଲିମେଳା ସ୍ଥିତ ଲକ୍ଷ୍ମୀନାରାୟଣ ଗୋ’ ଶାଳା। ଆଜି ମାଲକାନଗିରି ପଟୁ ଏକ ପିକଅପ ଗାଡ଼ିରେ ପାଖାପାଖି ୮ରୁ ଊର୍ଦ୍ଧ୍ୱ ଗାଈ ଲୋଡ କରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ଗ୍ରାମକୁ ଚାଲାଣ ହେଉଥିଲା।

ବାଲିମେଳା ଛକ ନିକଟରେ ଏହି ଗୋରୁ ବୋଝେଇ ଗାଡିକୁ ଦେଖି ପୁଲିସ ଅଟକାଇଥିଲା। ପରେ ଗାଡିରେ ଥିବା ସମସ୍ତ ଗୋରୁଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ଗୋ’ ଶାଳାକୁ ପଠାଇଥିଲା। ଏଥିସହ ପୁଲିସ ଡ୍ରାଇଭର ସୁଜିତ କୁମାର ସଜନ ଓ ହେଲପର ଅଶୋକ ଦେବନାଥଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ୨ ଅଭିଯୁକ୍ତ ମାଲିକ ଏମଭି-୩୧ ଗ୍ରାମର ଦଶରଥ ମଣ୍ଡଳ ବୋଲି ପୁଲିସ ସମ୍ମୁଖରେ କହିଥିବା ଜଣାପଡ଼ିଛି।