ଏସଟିଏଫକୁ ବଡ ସଫଳତା: ୧୦ଟି ଚୋରା ବନ୍ଧୁକ ସହ ୨ ବେପାରୀ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏସଟିଏଫକୁ ବଡ ସଫଳତା। ଭୁବନେଶ୍ଵରରୁ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦ୍ଦାଫାସ ସହ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ। ବନ୍ଧୁକ ବେପାରୀମାନେ ଡିଲ କରୁଥିବା ସମୟରେ ଏସଟିଏଫ ଚଢ଼ଉ କରି ୧୦ଟି ଚୋରା ବନ୍ଧୁକ ସହ ୮ ଜୀବନ୍ତ ଗୁଳି ଓ ବାଇକ ଜବତ କରିଛି। ସେହିପରି ଏହି ଘଟଣାରେ ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

ସୂଚନା ପାଇ ପୁଲିସ ଅତର୍କିତ ଏହି ଚଢ଼ଉ କରି ସଫଳତା ପାଇଥିଲା ବେଳେ କେଉଁମାନେ ସବୁ ଏହି ବ୍ୟବସାୟରେ ସାମିଲ ଥିଲେ ତାହାର ସବିଶେଷ ସୂଚନା ମିଳିନାହିଁ। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।