ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଏସପି ରାହୁଲ ଜୈନଙ୍କର ନୂଆପଡ଼ା ଜିଲ୍ଲାକୁ ବଦଳି ହୋଇଥିବାବେଳେ ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସନ୍ଧ୍ୟାରେ ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଅଶୋକ କୁମାର ନନ୍ଦ, ସତ୍ୟ ନାରାୟଣ ମିଶ୍ର, ପ୍ରଣବ କୁମାର ଗୁରୁ, ପୃଥ୍ୱୀରାଜ ପଟ୍ଟନାୟକ, ସିଦ୍ଧାର୍ଥ ଗୁରୁ, ତରୁଣ କୁମାର ସାହୁ, ବିଜୟ କୁମାର ମୋଦୀ, ମାନସ କୁମାର ଦ୍ୱିବେଦୀ, ପ୍ରତାପ କିଶୋର ନାୟକ, ଅନୁଜ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଭୁକ୍ତା, ଦୀପକ କୁମାର ନନ୍ଦ ଓ ଶିବାଶିଷ ଝାଙ୍କର ଜିଲ୍ଲା ପୁଲିସ ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏସପି ଶ୍ରୀ ଜୈନଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
