ଏସପି ରାହୁଲ ଜୈନଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଏସପି ରାହୁଲ ଜୈନଙ୍କର ନୂଆପଡ଼ା ଜିଲ୍ଲାକୁ ବଦଳି ହୋଇଥିବାବେଳେ ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସନ୍ଧ୍ୟାରେ ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଅଶୋକ କୁମାର ନନ୍ଦ, ସତ୍ୟ ନାରାୟଣ ମିଶ୍ର, ପ୍ରଣବ କୁମାର ଗୁରୁ, ପୃଥ୍ୱୀରାଜ ପଟ୍ଟନାୟକ, ସିଦ୍ଧାର୍ଥ ଗୁରୁ, ତରୁଣ କୁମାର ସାହୁ, ବିଜୟ କୁମାର ମୋଦୀ, ମାନସ କୁମାର ଦ୍ୱିବେଦୀ, ପ୍ରତାପ କିଶୋର ନାୟକ, ଅନୁଜ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଭୁକ୍ତା, ଦୀପକ କୁମାର ନନ୍ଦ ଓ ଶିବାଶିଷ ଝାଙ୍କର ଜିଲ୍ଲା ପୁଲିସ ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏସପି ଶ୍ରୀ ଜୈନଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏହି ଅବସରରେ ଏସପି ଶ୍ରୀ ଜୈନ ମଧ୍ୟ ଜିଲ୍ଲା ପୁଲିସର ବିଭିନ୍ନ ସଫଳତା ନିମନ୍ତେ  ଗଣମାଧ୍ୟମର ପ୍ରତିନିଧିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା  ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ରବି ନାରାୟଣ ସିଂ, ଏସଡିପିଓ ସୁଲେମାନ ଏକ୍କା, ଡିଏସପି ଶିବ ପ୍ରସାଦ ବିଶ୍ୱାଳ ଓ ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।