ଜୟା ଓ ଗାୟତ୍ରୀ ହସ୍ପିଟାଲ ସିଲ୍

ବାରିପଦା,ଏନ୍ଏନ୍ଏସ୍: ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୧୫ ପୂର୍ଣ୍ଣଚନ୍ଦ୍ରପୁରଠାରେ ଥିବା ଘରୋଇ ଗାୟତ୍ରୀ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଓ ବାରିପଦା ପଣ୍ଟିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖରେ ଥିବା ଜୟା ଘରୋଇ ହସ୍ପିଟାଲକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ବାରିପଦା ଉପଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ସ୍ୱତନ୍ତ୍ର ମାଜିଷ୍ଟ୍ରେଟ କ୍ଷମତା ପ୍ରାପ୍ତ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ଓ ବାରିପଦା ସଦର ଏସଡିପିଓ କେକେ ହରିପ୍ରସାଦଙ୍କୁ ନେଇ ଏକ ମିଳିତ ଟିମ ଆଜି ସହରର ବିଭିନ୍ନ ଘରୋଇ ହସ୍ପିଟାଲ ଉପରେ ଚଢ଼ଉ କରିଥିଲେ। ଏହି ସମୟରେ ଗାୟତ୍ରୀ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଓ ଜୟା ହସ୍ପିଟାଲ ଭାରତୀୟ ପେନାଲ କୋର୍ଡ ଏବଂ ବାଇଓ ମେଡିକାଲ ୱେଷ୍ଟମେନେଜମେଣ୍ଟ ଗାଇଡ ଲାଇନକୁ ଉଲ୍ଲଙ୍ଘନ କରୁଥିବାରୁ ଏହି ଦୁଇ ହସ୍ପିଟାଲକୁ ସିଲ୍ କରାଯାଇଛି ।