ଦେବଗଡ଼,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶ ଲକଡାଉନ ଘୋଷଣା କରିଛନ୍ତି ସରକାର। ମାତ୍ର ଅନେକ ସ୍ଥାନରେ ଜନ ସାଧାରଣ ସାମାଜିକ ଏହି ନିୟମର ଉଲଂଘନ କରୁଥିବା ଦେଖାଯାଇଛି। ଏହି କ୍ରମରେ ଆଜି ଦେବଗଡ଼ ସହରରେ ଦୋକାନ ବଜାର ଖୋଲିବାରୁ ହଠାତ ଜନସାଧାରଣଙ୍କ ଚଳପ୍ରଚଳ ବଢିଯାଇଥିବା ଦେଖାଯାଇଛି। ଏହି ଭିଡ଼କୁ ଆୟତ୍ତ କରିବା ଲାଗି ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲେ ହେଁ ଅମାନିଆ ନିୟମକୁ ଉଲଂଘନ କରୁଥିଲେ।
