ପୁଣି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସକାଳେ ବାଲେଶ୍ୱରରୁ କରୋନାରେ ୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଆସିଥିବା ବେଳେ ପୁଣି ଅପରାହ୍ଣରେ ରାଜ୍ୟରେ ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କୋରାପୁଟର ସ୍ୱାସ୍ଥ୍ୟ କର୍ମୀ ରହିଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱରର କଲିକତା ଫେରନ୍ତା।

ଏଥିସହ ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ୭୨ଟି ଆକ୍ଟିଭ କେସ ରହିଥିବା ବେଳେ ୩୭ ଜଣ ସୁସ୍ଥ ଓ ଜଣଙ୍କର ମୃତ୍ୟୁ ହୋଇଛି।