Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନୟାଗଡ଼ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆଦର୍ଶ ବାହାଘର, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୨ ହଜାର ସହାୟତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆଦର୍ଶ ବାହାଘର, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୨ ହଜାର ସହାୟତା

ନୟାଗଡ଼,ଏନ୍‌ଏନ୍‌ଏସ୍: ନା’ ଥିଲା ବାଜା, ନା’ ଥିଲା ବାଣ। ସାଙ୍ଗରେ ବରଯାତ୍ରୀ ନଥିଲେ କି, ପୂରୋହିତ ବି ନଥିଲେ। ତଥାପି ହୋଇଛି ବାହାଘର। ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କୋଠରୀରେ ଏମିତି ଏକ ନିଆରା ବାହାଘର ସମାପନ ହୋଇଛି। ଏହି ବାହାଘରରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କନ୍ୟାପିତା ସାଜି କନ୍ୟାଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବର ପିତା ସାଜିଥିବା ଜଣାଯାଇଛି।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହୀପୁର ପାଟୁଳିସାହି ଗ୍ରାମର ରାଧା ଚରଣ ସାହୁଙ୍କ ପୁଅ ଟୁଟୁ ସାହୁ ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ୟ୍ୟ କରନ୍ତି। ଗତ ଡିସେମ୍ବର ମାସରେ ନୂଆଗାଁ ବ୍ଲକ୍ ଢେଙ୍କେଣା ପଞ୍ଚାୟତ ରାଇପୁର ଗ୍ରାମର କବିରାଜ ସାହୁଙ୍କ କନ୍ୟା ଦିପାଞ୍ଜଳୀ ସାହୁଙ୍କ ତାଙ୍କର ବିବାହ ହେବାକୁ ସ୍ଥିର କରାଯାଇଥିଲା। ଆଜିକା ଦିନରେ ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ କରୋନା ମହମାରୀ ସବୁ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା। ଫଳରେ ଟୁଟୁ ନିଜର ଆଦର୍ଶ ନୀତିକୁ ପରିଚୟ ଦେବା ଏବଂ ସରକାରଙ୍କ ନିୟମକୁ ପ୍ରଧାନ୍ୟ ଦେବାକୁ ଯାଇ ବିନା ବରଯାତ୍ରୀ, ବିନା ରୋଷଣୀରେ ବିବାହ କରିବାକୁ ମନସ୍ଥ କଲେ।

ଉଭୟ ପରିବାରଙ୍କ ଆଲୋଚନା ପରେ ଆଜି ସେ ଟୁଟୁ ଓ ଦୀପାଞ୍ଜଳୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସି ନିରାଡ଼ମ୍ବର ଭାବେ ବିବାହ କରିଛନ୍ତି। ମୁହଁରେ ମାସ୍କ ପିନ୍ଧି ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିବା ବେଳେ ଦୀପାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଟୁଟୁ। ଏଥିସହିତ ସାତ ଜନ୍ମକୁ ସାଥୀ ହୋଇ ରହିବାକୁ ଉଭୟ ଆଜି ପଣ କରିବା ସହ ଦୁଇ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରିଛନ୍ତି। ଟୁଟୁ ତାଙ୍କ ଦୁଇ ମାସର ଦରମା ୧୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିବା ବେଳେ ରାଜ୍ୟ ସରକାର କରୋନା ପାଇଁ ଲକ୍‌ଡାଉନ୍ ଗ୍ରହଣ ସ୍ୱାଗତ ଯୋଗ୍ୟ ପଦକ୍ଷେଦ ବୋଲି ଟୁଟୁ କହିଛନ୍ତି।

ସରକାର ସମାଜର ଭଲ ପାଇଁ ଯେଉଁ କଟକଣା କରିଛନ୍ତି, ତାକୁ ସମସ୍ତେ ମାନିବା ଆବଶ୍ୟକ ବୋଲି କହିଛନ୍ତି । ଏହି କରୋନାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବାର ନିହାତି ଆବଶ୍ୟକତା ରହିଛି, ସମସ୍ତେ ଘରେ ରହି ନିଜ ପରିବାର ଏବଂ ଅନ୍ୟକୁ କରୋନା ଦାଉରୁ ରକ୍ଷା କରନ୍ତୁ ବୋଲି ଟୁଟୁ ଏବଂ ଦୀପା ବାର୍ତ୍ତା ଦେଇଛନ୍ତି ।