ଗାୟକ ଏସପି ବାଲାସୁବ୍ରମଣ୍ୟମ୍ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଜଣାଶୁଣା ଗାୟକ ତଥା ଅଭିନେତା ଏସପି ବାଲାସୁବ୍ରମଣ୍ୟମ୍ ବୁଧବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ୭୪ବର୍ଷୀୟ ଗାୟକ ଜଣକ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଅପଲୋଡ୍ କରି କହିଛନ୍ତି ଯେ, ଗତ କିଛିଦିନ ହେବ ସେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ କୋଭିଡ୍ ଟେଷ୍ଟ କରିଥିଲେ। ତେବେ ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତର ତାଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ।

ପରିବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ହସ୍ପିଟାଲରେ ଆଡମିଟ୍ ହୋଇଥିବା ଭିଡ଼ିଓଟିରେ ସୂଚନା ଦେଇଛନ୍ତି। ସେ ବିଶେଷ କିଛି ଅସୁସ୍ଥ ଅନୁଭବ କରୁନଥିବା ମଧ୍ୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଜଣାଶୁଣା ଗାୟକ ତଥା ଅଭିନେତା ଜଣକ ତେଲୁଗୁ, ତାମିଲ୍, କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ୍ ଫିଲ୍ମି ପାଇଁ କାମ କରିଛନ୍ତି।