ନୂଆଦିଲ୍ଲୀ: ମୁମ୍ବାଇର ଜୁହୁରେ ଅବୈଧ ଘର ନିର୍ମାଣକୁ ନେଇ ବିଏମସିର ନୋଟିସ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଥିବା ଅଭିନେତା ସୋନୁ ସୁଦ ଏବେ ମାମଲା ଉଠାଇ ନେଇଛନ୍ତି। ଏହି ମାମଲାରେ ଜାନୁଆରୀ ୩୧ ତାରିଖରେ ବମ୍ବେ ହାଇକୋର୍ଟ ବିଏମସି ସପକ୍ଷରେ ଫଇସଲା ଶୁଣାଇଥିଲା। ଏହାପରେ ସୋନୁ ସୁପ୍ରିମକୋର୍ଟ ମୁହାଁ ହୋଇଥିଲେ।
ସୋନୁଙ୍କ ଓକିଲ ମୁକୁଳ ରୋହତଗୀ କୋର୍ଟଙ୍କୁ କହିଛନ୍ତି ଯେ, ସୋନୁ ନିଜ ପକ୍ଷ ବିଏମସି ପାଖରେ ରଖିଛନ୍ତି। ଆଉ ବିଏମସିର ଫଇସଲାକୁ ଅପେକ୍ଷା କରିଛନ୍ତି।
ସୂଚନାଯୋଗ୍ୟ, ବିଏମସି ଗତବର୍ଷ ଅକ୍ଟୋବରରେ ସୋନୁଙ୍କୁ ନୋଟିସ ଜାରି କରିଥିଲେ। ୬ ମହଲା ‘ଶକ୍ତି ସାଗର’ ଆବସିକ କୋଠାରେ ଢାଞ୍ଚାଗତ ପରିବର୍ତ୍ତନ କରି ହୋଟେଲରେ ବଦଳାଇବାର ଆରୋପ ବିଏମସି ସୋନୁଙ୍କ ଉପରେ ଲଗାଇଥିଲେ।