ଷ୍ଟାଣ୍ଡଅପ୍ କମେଡିଆନ ମୁନବର ଫାରୁକୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ହିନ୍ଦୁ ଦେବୀ ଦେବତାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରି ଗିରଫ ହୋଇଥିବା ଷ୍ଟାଣ୍ଡଅପ୍ କମେଡିଆନ ମୁନବର ଫାରୁକୀଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ଗିରଫ ସମୟରେ ସଠିକ ପ୍ରକ୍ରିୟା ପାଳନ ହୋଇନଥିବା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଅତିରିକ୍ତ ଜାମିନ ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ, ଉତ୍ତପ୍ରଦେଶରେ ଦାୟର ମାମଲାରେ ଜାରି ହୋଇଥିବା ପ୍ରଡକ୍ସନ ୱାରେଣ୍ଟ ଉପରେ ମଧ୍ୟ ରୋକ ଲଗାଇଛନ୍ତି।

ଜାମିନ ପିଟିସନକୁ ନେଇ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଫାରୁକୀଙ୍କ ଉପରେ ଏକ କାର୍ଯ୍ୟକ୍ରମରେ ଧାର୍ମିକ ଭାବନାର ମଜାକ ଉଡ଼ାଇବାର ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ କେଫେ ମୋନରୋଠାରେ ଜାନୁଆରୀ ୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।