କୋଟିଆ ହେବ ଆଦର୍ଶ ପଞ୍ଚାୟତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୋଟିଆକୁ ଆଦର୍ଶ ପଞ୍ଚାୟତରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଟିଆ ଯାଇ ଆପଣମାନଙ୍କୁ ଭେଟିବି ବୋଲି ମୁଖ୍ୟମନ୍ତ୍ରୀ କୋଟିଆବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମାଲକାନଗିରିରୁ ମୟରୁଭଞ୍ଜ ପର୍ଯ୍ୟନ୍ତ ସବୁଠି ବିକାଶମୂଳକ କାର୍ଯ୍ୟ ଚାଲିଛି। ସବୁ ପରିବାର ପାଖରେ ବିକାଶ ପହାଞ୍ଚାଇବାକୁ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଜି ୧୮ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରସ୍ତୁତ ହେଉଥିବା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ସେଥିମଧ୍ୟରୁ ୧୩ କୋଟିର ଉଦଘାଟନ ଓ ୫ କୋଟି ବ୍ୟୟରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କୋଟିଆରେ ସମୁଦାୟ ୧୫୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ୨୦୧୮ରେ କୋଟିଆର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଥିଲା।