ଭଉଣୀ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସୋନୁ ସୁଦ

ନୂଆଦିଲ୍ଲୀ: ଅଭିନେତା ସୁନ ସୁଦ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସୋନୁଙ୍କ ଭଉଣୀ ମାଲବିକା ସୁଦ ପଞ୍ଜାବର ମୋଗାରୁ କଂଗ୍ରେସ ଟିକଟେରେ ନିର୍ବାଚନ ଲଢ଼ୁଛନ୍ତି । ଭଉଣୀଙ୍କ ପାଇଁ ପ୍ରଚାର କରିବା ସମୟରେ ସୋନୁ କହିଛନ୍ତି ଯେ, ମୋ ଭଉଣୀ ଏହାଠୁ ଅଧିକ ଦାୟିତ୍ୱ ନିର୍ବାହ କରିଛନ୍ତି । ଆମ ସହରରେ ସର୍ବାଧିକ ଟିକାକରଣ ସୁବିଧା ତାଙ୍କ ମାଧ୍ୟମରେ ହିଁ କରାଯାଇଛି । ଶିକ୍ଷା ଓ ଲୋକଙ୍କୁ ସାହାଯ୍ୟ କରିବା କଥା ସାମ୍ନାକୁ ଆସିଲେ ମାଲବିକା ମୋଗାରେ ବଡ଼ ଆକରରେ କାର‌୍ୟ୍ୟ କରିଛନ୍ତି । ଲୋକମାନେ ହିଁ ତାଙ୍କୁ ଏହି ପ୍ରକ୍ରିୟାରେ ଭାଗ ନେବାକୁ ପ୍ରେରଣା ଯୋଗାଇଛନ୍ତି ।

ଅନ୍ୟପଟେ ମାଲବିକା କହିଛନ୍ତି ଯେ, ଆମେ ୨ ଭାଇ ଭଭଣୀଙ୍କ ମଧ୍ୟରୁ କେହିଜଣେ ଏହି ପ୍ରକ୍ରିୟାରେ ସାମିଲ ନହେଲେ ମୋଗାର ବିକାଶ କରିପାରିବୁ ନାହିଁ ବୋଲି ମୁଁ ଭାଇଙ୍କ ସହ କଥା ହୋଇଥିଲି । ପରେ ମୁଁ ହିଁ ଏଥିରେ ଅଂଶଗ୍ରହଣ କରିବି ବୋଲି ସ୍ଥିର କଲି । ମୁଁ ମୋଗା ସହରରେ ରୁହେ । ଆମେ ଏଠାରେ ହସ୍ପିଟାଲ ଖୋଲିବା ନେଇ ବହୁବାର ଚିନ୍ତା କରିଛୁ । ମୁଁ ଅନେକ ଲୋକଙ୍କୁ ଟିକାକରଣ ସୁବିଧା ପ୍ରଦାନ କରିବା ପାଇଁ ଶିବିର ଆୟୋଜନ କରିଥିଲି । ପ୍ରସଙ୍ଗ ଥିଲା କିନ୍ତୁ ବିକାଶ ସେମିତି ହୋଇନଥିଲା ଯେମିତି ମୁଁ ଚିନ୍ତା କରିଥିଲି ।ଛି ତାହା ଅନ୍ୟ ରାଜ୍ୟବାସୀଙ୍କୁ ଜଣାଇବେ । ଏଥିରେ ଦିଲ୍ଲୀ ସରକାରଙ୍କ କେଉଁ କାମ ଯୋଗୁ ଅଧିକ ଲାଭ ମିଳିଛି ତାହା ମଧ୍ୟ ଦର୍ଶାଇବାକୁ ପଡ଼ିବ । ଉକ୍ତ ଭିଡ଼ିଓକୁ ସୋସିଆଲ ମିଡିଆରେ ସେୟାର କରିବାକୁ ମଧ୍ୟ କୁହାଯାଇଛି । ଏଥିସହିତ ଯେଉଁ ୫୦ ଜଣଙ୍କ ଭିଡିଓ ଭାଇରାଲ ହେବ ସେମାନଙ୍କ ସହ ନିର୍ବାଚନ ପରେ କେଜ୍ରିୱାଲ ଡିନର କରିବେ ବୋଲି କହିଛନ୍ତି ।