ଜାତୀୟ ଖୋ ଖୋ ତାଲିମ ଶିବିର ପାଇଁ କିସ୍‍ ଛାତ୍ର ଅର୍ଜୁନ ମନୋନୀତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କିସ୍‍ର +୩ ଛାତ୍ର ଅର୍ଜୁନ ସିଂହ ଅଲଟିମେଟ ଖୋ ଖୋ ଲିଗ୍‍ ପାଇଁ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିଅମଠାରେ ଅନୁଷ୍ଠିତ ହେଉଥିବା ଜାତୀୟ ଖୋ ଖୋ ତାଲିମ୍‍ ତଥା ଚୟନ ଶିବିରକୁ ମନୋନୀତ ହୋଇଛନ୍ତି। ଖୋ ଖୋ ଫେଡେରେସନ୍‍ ଦ୍ୱାରା ଜାନୁଆରୀ ୨୮ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ତାଲିମ୍‍ ତଥା ଚୟନ ଶିବିର ଅନୁଷ୍ଠିତ ହେବ।

ଅର୍ଜୁନ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଖୋ ଖୋ (ପୁରୁଷ) ଟୁର୍ଣ୍ଣାମେଣ୍ଟ ୨୦୨୨ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ରାଜ୍ୟ ଖୋ ଖୋ ଚାମ୍ପିଅନ୍‍ସିପ୍‍ ୨୦୨୧ ଦ୍ୱିତୀୟସ୍ଥାନ ଅଧିକାର କରିଥିଲେ। ସେ ୨୨ତମ ପୂର୍ବାଞ୍ଚଳ ବରିଷ୍ଠ ଜାତୀୟ ଖୋ ଖୋ ଚାମ୍ପିଅନ୍‍ସିପ୍‍ ୨୦୧୯ରେ ଚାମ୍ପିଅନ୍‍ ହୋଇଥିବା ବେଳେ ବରିଷ୍ଠ ରାଜ୍ୟ ଖୋ ଖୋ ଚାମ୍ପିଅନ୍‍ସିପ୍‍ ୨୦୧୯ରେ ଦ୍ୱିତୀୟ ସ୍ଥାନ ଓ ୧୯ବର୍ଷରୁ କମ୍‍ ସିଏଚଏସ୍‍ଇ ରାଜ୍ୟ ଖୋ ଖୋ ଚାମ୍ପିଅନ୍‍ସିପ୍‍ ୨୦୧୯-୨୦ରେ ମଧ୍ୟ ଚାମ୍ପିଅନ୍‍ ହୋଇଥିଲେ।

ଏହା ଛଡ଼ା ସେ ୫୪ତମ ବରିଷ୍ଠ ଜାତୀୟ ଖୋ ଖୋ ଚାମ୍ପିଅନ୍‍ସିପ୍‍ ୨୦୨୧-୨୨, ୬୫ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ଖୋ ଖୋ ଚାମ୍ପିଅନ୍‍ସିପ୍‍ ୨୦୧୯-୨୦, ୫୩ତମ ବରିଷ୍ଠ ଜାତୀୟ ଖୋ ଖୋ ଚାମ୍ପିଅନ୍‍ସିପ୍‍ ୨୦୧୯-୨୦, ୩୯ତମ କନିଷ୍ଠ ଜାତୀୟ ଖୋ ଖୋ ଚାମ୍ପିଅନ୍‍ସିପ୍‍ ୨୦୧୯-୨୦ରେ ଅଂଶ ଗ୍ରହଣ କରିଥିଲେ। ଅଲଟିମେଟ୍‍ର ପ୍ରଥମ ସଂସ୍କରଣରେ ଦେଶର ୮ଟି ପ୍ରମୁଖ ଟିମ୍‍ ଅଂଶଗ୍ରହଣ କରିବେ। ଏହି ସବୁ ଖୋ ଖୋ ଟିମ୍‍ରେ ଇଂଲଣ୍ଡ, ଦକ୍ଷିଣ କୋରିଆ, ଇରାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କାର ଖେଳାଳିମାନେ ମଧ୍ୟ ଅଂଶଗ୍ରହଣ କରିବେ। ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି।