ଓମିକ୍ରନରୁ ବଞ୍ଚାଇବ ଏହି ଜୁସ୍‌…

ନିତିଦିନ ବ୍ୟୁରୋ: ଦେଶରେ ବଢ଼ୁଥିବା କରୋନା ମାମଲା ଏବେ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପ୍ରତିଦିନ ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏମିତିରେ ପ୍ରତିଦିନ ଜୁସ୍ ପିଇବା ମଧ୍ୟ ଆମ ସ୍ୱାସ୍ଥ୍ର ପକ୍ଷେ ନିହାତି ଜରୁରୀ । କିନ୍ତୁ ଶୀତଦିନନେ ଭିନ୍ନ ଭିନ୍ନ ଜୁସ୍ ପିଇପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଜୁସ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟୀ ।

*ଷ୍ଟ୍ରୋବେରୀ ଓ କିବି ଜୁସ୍‌: ଶୀତଦିନେ ଷ୍ଟ୍ରୋବେରୀ ସହଜରେ ମିଳିଥାଏ । ସେଥିପାଇଁ ଷ୍ଟ୍ରୋବେରୀ ଓ କିବି ଜୁସ୍ ପିଇଲେ ଆପଣ ସୁସ୍ଥ ଓ ନିରାମୟ ରହିବେ । ଏଥିସହିତ ଏହି ଜୁସ୍ ଦୈନିକ ପିଇଲେ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିବ ।

*ଟମାଟର ସୁପ୍‌: ଶୀତଦିନେ ଲୋକେ ଟମାଟୋ ସୁପକୁ ଖାଦ୍ୟପେୟରେ ସାମିଲ କରିଥାନ୍ତି । ଟମାଟୋ ସୁପରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ । ଏହାକୁ ସେବନ କଲେ ସଂକ୍ରମଣରୁ ସୁରକ୍ଷା ମିଳିବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ । ଅନ୍ୟପଟେ ଏହି ସୁପ୍ ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ ।

*ଗାଜର ଜୁସ୍‌: ଶୀତଦିନେ ଅଧିକାଂଶ ଲୋକ ଗାଜର ସେବନ କରିଥାନ୍ତି । ଗାଜର ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବା ସହ ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିଥାଏ ।