ବାହା ହେଲେ ସୋନୀ, କନ୍ୟାଦାନ କଲେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମହାନଦୀ ପାଣିରେ ଛତିଶଗଡ଼ ଚନ୍ଦରପୁରରୁ ୨୦୧୬ ମସିହା ସେପ୍ଟେମ୍ବର ୧୩ ତାରିଖ ଓଡ଼ିଶାର କୁସମେଲକୁ ଭାସି ଆସିଥିବା ସୋନୀ ଯାଦବଙ୍କ ଆଜି ବାହାଘର ହୋଇଛି। କୁସମେଲ ଗ୍ରାମକୁ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଅଳକା ମହାନ୍ତି ଆସି ସୋନୀର କନ୍ୟାଦାନ କରିଛନ୍ତି। ସୋନୀ ବାହାଘର ପାଇଁ ସମ୍ପୂର୍ଣ୍ଣ କୁସମେଲ ଗ୍ରାମ ଉତ୍ସବମୁଖର ହୋଇପଡ଼ିଛି। ଛତିଶଗଡ଼ ଯୋଧପୁରର ପୁରୁଷୋତ୍ତମ ୟାଦବଙ୍କୁ ସୋନୀ ବାହା ହୋଇ ନିଜ ଜନ୍ମମାଟି ଛତିଶଗଡ଼କୁ ପୁଣି ଫେରଛନ୍ତି। ୫ ବର୍ଷ କାଳ ସୋନୀକୁ ନିଜ ସନ୍ତାନଠୁ ବି ଅଧିକ ସ୍ନେହ ଦେଇ ଲାଳନ ପାଳନ କରିଥିବା ପାଳିତ ବାପା ସନ୍ୟାସୀ କାଲୋ ଓ ଅହଲ୍ୟା କାଲୋ ମଧ୍ୟ ଝିଅର ବାହାଘର ବହୁ ଆନନ୍ଦରେ କରିଛନ୍ତି।