ରାଜଧାନୀରୁ ୪୭୬ ଆକ୍ରାନ୍ତ ଚିହ୍ନଟ, ୧୬୦ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୪୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୨୦୪ରେ ପହଞ୍ଚିଛି। ଏଥି ମଧ୍ୟରୁ ୩୩୩୪୮ଜଣ ସୁସ୍ଥ ହୋଇଥିବା ବେଳେ ୨୫୦ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩୫୮୫ଟି ଆକ୍ଟିଭ କେସ୍ ରହିଛି।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୮୮ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୮୮ ଜଣ ସ୍ଥାନୀୟବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୨୧, ଟଙ୍କପାଣିରୁ ୧୮, ଲକ୍ଷ୍ଣୀସାଗରରୁ ୧୭, ରସୁଲଗଡ଼ରୁ ୧୨, ଜାଗମରାରରୁ ୧୦, ବରମୁଣ୍ଡାରୁ ୮, ଓଲ୍ଡଟାଉନରୁ ୩୩, ନୟାପଲ୍ଲୀରୁ ୨୫ ଏବଂ ପଟିଆରୁ ୨୩ଜଣ ଚିହ୍ନଟ ହୋଇଛନ୍ତି।