ଶାଶୁକୁ ହତ୍ୟା କରି ଜ୍ୱାଇଁ ଗିରଫ

ନବରଙ୍ଗପୁର,ଏନ୍ଏନ୍ଏସ୍: ଶାଶୁକୁ ହତ୍ୟା କରି ଜ୍ୱାଇଁ ଗିରଫ। ଅଭିଯୋଗ ପାଇବାର ୧୨ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ କୋଡ଼ିଙ୍ଗା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ରିପୋର୍ଟ ମୁତାବିକ, ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବିଟେକଗୁଡ଼ାର କମଳ ଜାନି ଗତକାଲି ନିଜ ଶାଶୁ ହିରାଦେଇ ଜାନିକୁ ହତ୍ୟା କରିଥିଲେ। ଏନେଇ ମୃତ ହିରାଦେଇ ଜାନିଙ୍କ ଝିଅ ଉର୍ମିଳା ଜାନି କୋଡ଼ିଙ୍ଗା ଥାନାରେ ବୁଧବାର ଅଭିଯୋଗ କରିଥିଲେ। କୋଡ଼ିଙ୍ଗା ଥାନାଧିକାରୀ ସରିତା ମହାପାତ୍ରଙ୍କ ନେତୃତ୍ୱରେ ବୁଧବାର ରାତିରେ ଚଢ଼ଉ କରାଯାଇ ଅଭିଯୁକ୍ତ କମଳକୁ ଗିରଫ କରିଥିଲେ। ଗୁରୁବାର କୋର୍ଟ ଫରୱାର୍ଡ଼ କରାଯିବା ପରେ ଜାମିନ ନ ମିଳିବାରୁ କମଳକୁ ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏନେଇ କୋଡ଼ିଙ୍ଗା ଥାନାରେ ୩୯/୨୧ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଶ୍ରୀମତୀ ମହାପାତ୍ର ସୂଚନା ଦେଇଛନ୍ତି ।