ଦମଦାର ଡାୟଲୋଗ ସହ ରିଲିଜ ହେଲା ‘ସାଇନା’ର ଟିଜର

ମୁମ୍ବାଇ: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ ‘ସାଇନା’ର ଟିଜର ରିଲିଜ ହୋଇଛି। ସାଇନାଙ୍କ ଚରିତ୍ରରେ ପରିଣିତୀ ଚୋପ୍ରାଙ୍କ ଅଭିନୟର ଯାଦୁ ଟିଜରରେ ଝଲକୁଛି। ଟିଜରରେ ପରିଣୀତି ଦମଦାର ଡାୟଲୋଗ କହୁଥିବାର ଦେଖୁବାକୁ ମିଳିଛି। ଫିଲ୍ମଟି ଲିଙ୍ଗଭେଦକୁ ଦର୍ଶାଉଥିବା ଟିଜରରୁ ସ୍ପଷ୍ଟ ଜଣାପଡ଼ୁଛି। ପରିଣୀତି ତାଙ୍କ ଅଭିନୟ କ୍ୟାରିୟରରେ ପ୍ରଥମଥର ପାଇଁ ଏକ ବାୟୋପିକରେ ନଜର ଆସିବେ। ଅମଲ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ‘ସାଇନା’ ଫିଲ୍ମ ମାର୍ଚ୍ଚ ୨୬ରେ ସିନେମା ଘରେ ରିଲିଜ ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ସିନେମା ଘରେ ରିଲିଜ ହେଉଥିବା ଏହା ପରିଣୀତିଙ୍କ ଦ୍ୱିତୀୟ ଫିଲ୍ମ। ଏହାପୂର୍ବରୁ ୟଶରାଜ ବ୍ୟାନର ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’ ମାର୍ଚ୍ଚ ୧୯ ତାରିଖରେ ସିନେମା ଘରେ ରିଲିଜ ହେବ। ଏଥିରେ ପରିଣୀତିଙ୍କ ବିପକ୍ଷରେ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଚଳିତ ବର୍ଷର ପରିଣୀତିଙ୍କ ପ୍ରଥମ ଫିଲ୍ମ ‘ଦି ଗର୍ଲ ଅନ ଦି ଟ୍ରେନ’ ଜାନୁଆରୀ ୨୬ରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା।