ଇମ୍ଫାରେ ୫୦ତମ ସୁରକ୍ଷା ସପ୍ତାହ ଉଦଘାଟିତ

ରାୟଗଡ଼ା,ଏନ୍ଏନ୍ଏସ୍: ଥେରୁବାଲିସ୍ଥିତ ଇମ୍ଫା କାରଖାନା ପରିସରରେ ୫୦ତମ ସୁରକ୍ଷା ସପ୍ତାହ ଉଦଘାଟିତ ହୋଇଯାଇଛି। ଇମ୍ଫା କାରଖାନାର ଉପ-ସଭାପତି (ନିର୍ମାଣ) କେଭି ରାଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା କାରଖାନା ଓ ବାଷ୍ପୀୟ ବିଭାଗର ସହାକରୀ ନିର୍ଦ୍ଦେଶକ ରଞ୍ଜିତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିଲେ। ଏଥିରେ ଉପସ୍ଥିତ କର୍ମଚାରୀମାନଙ୍କୁ ଶପଥପାଠ କରାଯାଇଥିଲା। ଚଳିତବର୍ଷ ଶପଥପାଠର ବାର୍ତ୍ତା ଥିଲା ବିପର୍ଯ୍ୟୟ ଠାରୁ ଶିକ୍ଷାଲାଭ କରନ୍ତୁ ଏବଂ ସୁରକ୍ଷିତ ଭବିଷ୍ୟତ ପ୍ରସ୍ତୁତ କରନ୍ତୁ। ଇମ୍ପା ଦ୍ୱାରା ନିଆଯାଉଥିବା ସୁରକ୍ଷା ପଦକ୍ଷେପକୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରଶଂସା କରିଥିଲେ । ସପ୍ତାହ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମରେ ଇମ୍ପାର ସବୁ ବର୍ଗର କର୍ମଚାରୀମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଥିଲା। ଉପ-ମହାପ୍ରବନ୍ଧକ କଲୋଲ କୁମାର ନାୟକ ଧନ୍ୟବାଦ ଦେଇଥିଲେ।