ଶିବକାଶିର ଏକ ବାଣ ନିର୍ମାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ

ଚେନ୍ନାଇ,ଏଜେନ୍ସି: ତାମିଲନାଡୁ ଶିବକାଶିର ଏକ ବାଣ ନିର୍ମାଣ ଫ୍ୟାକ୍ଟ୍ରିରେ ଶନିବାର ଘଟିଛି ଅଗ୍ନିକାଣ୍ଡ। ଏହି ଦୁର୍ଘଟଣାରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।

ଶିବକାଶି ଏମ ପୁଦୁପାଟ୍ଟି ଗ୍ରାମ ନିକଟରେ ଥିବା ଭାଡ଼ିଭେଲ ଫ୍ୟାକ୍ଟ୍ରିରେ ଘଟିଛି ଏହି ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ବାଣ ତିଆରି କରୁଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ଆହତଙ୍କୁ ଶିବକାଶି ହସ୍ପିଟାଲକୁ ପଠାଇଛି। ଏହି ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଦୁପାଟ୍ଟି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।