ଖତ ଖାଉଛି ୭୪ ଲକ୍ଷ ଟଙ୍କାର ସୋଲାର ପ୍ୟାନେଲ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗାଇବା ପାଇଁ ଗତ ମାର୍ଚ୍ଚ ମାସ ୬ ତାରିଖ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୭୪ ଲକ୍ଷ ୧୩ ହଜାର ଟଙ୍କା ବିନିମୟରେ ସୋଲାର ପ୍ୟାନେଲ ଲଗାଯାଇଥିଲା। ହେଲେ ୧୦୦ କିଲୋୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ୟାନେଲ ପରିଚାଳନାଗତ ତୃଟି ଯୋଗୁଁ ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅନ୍ୟପଟେ ପ୍ରାୟ ୨ ବର୍ଷ ହେଲାଣି ସୋଲାର ପ୍ୟାନେଲ ଲଗାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାସିକ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ତଥା ଡିଜେଲ ପାଇଁ ଖର୍ଚ୍ଚ ହେଉଛି। ଏହି ସୋଲାର ପ୍ୟାନେଲ କାର୍ଯ୍ୟକ୍ଷମ ହେଲେ ବିଦ୍ୟୁତ ବିଲ ଓ ଡିଜେଲ ଖର୍ଚ୍ଚ ହେବ ନାହିଁ। ତେଣୁ ଏହାକୁ ଶ୍ରୀଘ୍ର କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।

ଅନ୍ୟପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଜଗଦୀଶ ଚନ୍ଦ୍ର ବାରିକକୁ ପଚାରିବାରୁ କହିଛନ୍ତି ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସୁଚିତ କରି ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ। ସେହିପରି ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀଙ୍କୁ ପଚାରିବାରୁ କହିଛନ୍ତି ବ୍ୟକ ଅଫ ସିଷ୍ଟମ ନଥିବାରୁ ଏହି ସୋଲାର ପ୍ୟାନେଲ ଠିକ ଭାବରେ କାର୍ଯ୍ୟକ୍ଷମ ହୋଇପାରି ନାହିଁ।  ତେବେ ୧୦୦ କିଲୋୱାଟ ବିଶିଷ୍ଟ ଉତ୍ପାଦନ କ୍ଷମତା ଥିବା ଏହି ସେଲାର ପ୍ୟାନେଲକୁ ଶୀଘ୍ର କାର୍ଯକ୍ଷମ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।