ଅମୃତା ସେୟାର କଲେ ପୁଅର ନାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମୃତା ରାଓ ଏବଂ ତାଙ୍କ ସ୍ୱାମୀ ଆରଜେ ଅନମୋଲ ଏକ ଶିଶୁ ପୁତ୍ରର ପିତାମାତା ହୋଇଛନ୍ତି। ଏନେଇ ଉଭୟ ଅମୃତା ଓ ଅନମୋଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିସହିତ ପୁଅ ନାମ ‘ଭୀର’ ରଖିଥିବା ନେଇ ମଧ୍ୟ ଖୁଲାସା କରିଛନ୍ତି। ଅମୃତା ଓ ଅନମୋଲଙ୍କ ନବଜାତ ଶିଶୁ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଅମୃତା ୪ ବର୍ଷ ପରେ ମା’ ହୋଇଛନ୍ତି। ସେ ଗର୍ଭବତୀ ଥିବା ନେଇ ଖୁବ୍ ବିଳମ୍ବରେ ସୂଚନା ମିଳିଥିଲା। ଏନେଇ ଅମୃତା ତାଙ୍କ ପ୍ରଶଂସକଙ୍କୁ କ୍ଷମା ମଧ୍ୟ ମାଗିଥିଲେ।