ସାପ କାମୁଡ଼ାରେ ମହିଳା ମୃତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କମାରଗୁଡ଼ା ଗ୍ରାମର ଜଣେ ମହିଳା ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି। ଉକ୍ତ ଗ୍ରାମର ନକା ମାଡ଼କାମିଙ୍କ ପତ୍ନୀ ରାମେ ମାଡ଼କାମି ଶୋଇଥିବା ବେଳେ ଗତକାଲି ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ନକା ମାଡକାମି ଗିରବ ହୋଇଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।