କ୍ରୀଡାବିତଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କୁ ଜିଲ୍ଲା ବିଜେପିର ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ଯେଉଁ ପ୍ରତିଭାବାନ ଖେଳାଳୀମାନେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏନେଇ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କୁ ଚିଠି ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡାର ଅନେକ ପ୍ରତିଭାବାନ ଖେଳାଳୀ ରାଜ୍ୟ ତଥା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ନିଜର ଉନ୍ନତମାନର ଖେଳ ପ୍ରଦର୍ଶନ କରି ଗୌରବ ଆଣିଛନ୍ତି। ହେଲେ ଏହି ଖେଳାଳିମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟପାଇଁ ଅନେକ ଟ୍ରଫି ଆଣିଥିବା ଖେଳାଳି ସତ୍ୟବତି ଖଡିଆ ଏବେ ପେଟ ପୋଷିବା ପାଇଁ େଓøଷଧ ଦୋକାନରେ କାମ କରୁଛନ୍ତି। ସେହିପରି ଅନେକ ଖେଳାଳି କିଏ ଛେଳି ଚରାଉଛି ତ କିଏ ଅନ୍ୟ ଘରେ କାମକରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ସରକାର ଏହି ଖେଳାଳିମାନଙ୍କୁ ସରକାରୀ ଅବା ଜିଲ୍ଲାର ବେଦାନ୍ତ, ଏମସିଏଲ, ଟିଆରଏଲ ପରି କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି।