ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ରାଜନୀତି: ରାଜ୍ୟପାଳଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ସଂକ୍ରମଣ ମଧ୍ୟରେ ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଚିଠି ଲେଖି କରୋନା ସ୍ଥିତି ସମୀକ୍ଷା କରିବା ପରେ ମନ୍ଦିର ଖୋଲାଯିବା ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ରାଜ୍ୟପାଳ କୋଶ୍ୟାରୀ ପ୍ରଥମେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ୩ଟି ପ୍ରତିନିଧୀମଣ୍ଡଳୀ ମନ୍ଦିର ଖୋଲିବାକୁ ଚାହୁଁଥିବା କଥା ଉଲ୍ଲେଖ କରିଥିଲେ। ଏହି ପତ୍ରରେ କ’ଣ ଆପଣ ଧର୍ମନିରପେକ୍ଷ ହୋଇଗଲେଣି ବୋଲି କେଶ୍ୟାରୀ, ଉଦ୍ଧବଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମଲ୍ ଓ ବାର୍ ଖୋଲାଯାଇଥିବା ବେଳେ ବିଜେପି ଓ ମନସେ ମହାରାଷ୍ଟ୍ର ଧାର୍ମିକ ସ୍ଥଳୀ ଖୋଲିବାକୁ ଦାବି କରିଛି। ବିଜେପି ଆଜି ଅନେକ ସ୍ଥାନରେ ଧାର୍ମିକ ସ୍ଥଳୀ ଖୋଲାଯିବାକୁ ନେଇ ପ୍ରଦର୍ଶନ ମଧ୍ୟ କରିଥିଲା।