ବେଡରୁମ ଭିତରୁ ୧୫ ଫୁଟ୍ ଲମ୍ବର ଅହିରାଜ ଉଦ୍ଧାର

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଅଧୀନ ନିଶ୍ଚିନ୍ତା ଗ୍ରାମର ଅଶୋକ ମହାପାତ୍ରଙ୍କ ବେଡ଼ ରୁମ ଭିତରୁ ଆଜି ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି। ସାପଟି ଘର ଭିତରେ ଲୁଚିଥିବା ଦେଖି ପରିବାର ଲୋକେ ସ୍ନେକ୍ ହେଲପ୍ ଲାଇନକୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ କ୍ରୀଷ୍ଣା ଗୋଚ୍ଛାୟତ ଓ ତପନ ଗୋଚ୍ଛାୟତ ଅଶୋକ ମହାପାତ୍ରଙ୍କ ଘରେ ପହଁଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୧୫ ଫୁଟ୍ ଥିବା ଜଣାପଡ଼ିଛି। ପରେ ସାପଟିକୁ ବାଙ୍ଗିରିପୋଷି ଘାଟି ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।