ପ୍ରବଚକ ଚରଣ ରାମଦାସଙ୍କ ବିରୋଧରେ ଏତଲା

ପାଟଣା, ଏନ୍ଏନ୍ଏସ୍: ବୈଦିକ ବ୍ରାହ୍ମଣ ପରିଷଦ ଓଡିଶାଙ୍କ ନିର୍ଦ୍ଦେଶନାରେ କେନ୍ଦୁଝର ଶାଖା ପକ୍ଷରୁ ପ୍ରବଚକ ଚରଣ ରାମଦାସଙ୍କ ବିରୋଧରେ ପାଟଣା ଥାନାରେ ଏତଲା ଦିଆଯାଇଛି। ଓଡ଼ିଶାର ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରବଚନ କାର୍ଯ୍ୟକ୍ରମରେ ଚରଣ ରାମଦାସ ଭଗବାନ ବିଷ୍ଣୁ ଓ ମହର୍ଷି ନାରଦଙ୍କ ବିଷୟରେ ନାନା ଆଶାଳୀନ ଭାଷା ପ୍ରୟୋଗ କରିଥିବାରୁ ଏହା ହିନ୍ଦୁ ମାନଙ୍କର ଧାର୍ମିକ ଭାବନା ପ୍ରତି ଆଘାତ ଲାଗିଥିବାରୁ ବୈଦିକ ବ୍ରାହ୍ମଣ ପରିଷଦ କେନ୍ଦୁଝର ଜିଲ୍ଲା ଶାଖାର ଉପାଧ୍ୟକ୍ଷ ସୁଶାନ୍ତ ଶେଖର ଦାଶ ଓ ଉତ୍ତର ଓଡ଼ିଶା ସଂଯୋଜକ ଅଲେଖ ଚନ୍ଦ୍ର ତ୍ରିପାଠୀ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ପ୍ରବଚକ ଚରଣ ରାମଦାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।