ପୁଣି କାର୍ଯ୍ୟକ୍ଷମ ହେଲା ବାଙ୍କିଶୋଳ କୋଭିଡ ହସ୍ପିଟାଲ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକର ବାଙ୍କିଶୋଳଠାରେ ଥିବା କିସ୍ କ୍ୟାମ୍ପସ ପରିସରରେ ପୁଣିଥରେ କାର୍ଯ୍ୟକ୍ଷମ ହେଲା କିମ୍ସ କୋଭିଡ ହସ୍ପିଟାଲ। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏହାକୁ ଲୋକାର୍ପିତ କରିଛନ୍ତି। ୧୧୦ ଶଯ୍ୟା ବିଶିଷ୍ଟ ଉକ୍ତ କୋଭିଡ ହସ୍ପିଟାଲରେ ୨୦ଟି ଆଇସିୟୁ, ୧୦ଟି ଏଚଡିୟୁ ଓ ୧୦ଟି ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରହିଥିବା ସମୟରେ ୪୦ ଜଣ ଡ଼ାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି।