ଔପନ୍ୟାସିକା ପାଲଟିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୁତି ଇରାନୀ ଇତିମଧ୍ୟରେ ଲେଖିକା ପାଲଟିଛନ୍ତି। ତାଙ୍କ ରଚିତ ପ୍ରଥମ ଉପନ୍ୟାସ ‘ଲାଲ୍ ସଲାମ’ ଚଳିତମାସ ୨୯ରେ ଉନ୍ମୋଚିତ ହେବାକୁ ଯାଉଛି। ୨୦୧୦ ଏପ୍ରିଲରେ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀ ଆକ୍ରମଣରେ ୭୬ ସିଆରପିଏଫ୍ ଯବାନ ସହିଦ ହୋଇଥିବା ଘଟଣାରେ ପ୍ରେରିତ ହୋଇ ଏହି ଉପନ୍ୟାସ ଲେଖିଥିବା ସ୍ମୃତି କହିଛନ୍ତି। ମାଓବାଦୀ ଦମନରେ ଯୁବ ସିଆରପିଏଫ୍ ଅଫିସର ବିକ୍ରମ ପ୍ରତାପ ସିଂହଙ୍କ ବୀରତ୍ୱ ପ୍ରସଙ୍ଗକୁ ନେଇ ଉପନ୍ୟାସର କାହାଣୀ ପର୍ଯ୍ୟବସିତ।